thelifelinemedia
Latest Odisha News, Breaking News Today

ନୂଆବର୍ଷରେ ଆସିବ ସୁଭଦ୍ରା ଟଙ୍କା: ୨୦ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ନୂଆବର୍ଷ ଅର୍ଥାତ ଜାନୁଆରୀରେ ୨୦ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା। ବଣ୍ଡା ଘାଟି ଅପହଞ୍ଚ ଥିଲା, ମୁଁ କହିଥିଲି ବଣ୍ଡାଘାଟୀ ଯିବି, ସେଠାରେ ୧୨୦୦୦ ରୁ ଉର୍ଦ୍ଧ୍ବ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।ବଣ୍ଡା ଘାଟିରେ ୯୦୦୦ ମହିଳା ପାଇଛନ୍ତି ପ୍ରଥମ କିସ୍ତି।୩୦୦୦ ମହିଳା ଏଯାଏଁ ପାଇ ନାହାଁନ୍ତି। ଏଥିପାଇଁ ଯେଉଁ ପ୍ରତିବନ୍ଧକ ଥିଲା ତାର ସମାଧାନ ହେଇଛି। ପାନୀୟ ଜଳ ସମସ୍ୟା,ସ୍କୁଲ ସମସ୍ୟା,ଇଣ୍ଟରନେଟ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି।

ଅନ୍ୟପଟେ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟରେ ୨୦ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟଙ୍କା ମିଳିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି,ସମସ୍ତଙ୍କୁ ସୁଯୋଗ ଦିଆ ଯିବ ଯାଞ୍ଚ କରିବା ପାଇଁ। ଟିକେ ଡେରି ହେଉଛି,କିଛି ଜାଗାରେ ଜମି ପାଇଁ ଦିସ୍ପୁଟ ଅଛି। ୩୦ ତାରିଖ ଟାର୍ଗେଟ ରଖିଛୁ,ସବୁ ଭେରିଫିକେସନ୍ ଯଦି ସରିଲା ତେବେ ଜାନୁଆରୀରେ ମିଳିବ ବୋଲି ଆଶା ରଖିଛୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

Leave A Reply

Your email address will not be published.