thelifelinemedia
Latest Odisha News, Breaking News Today

ରାଜ୍ୟରେ ବର୍ଷା ଜାରି: ଅବପାତ ପ୍ରଭାବରେ ଭିଜୁଛି ଓଡିଶା 

ଭୁବନେଶ୍ୱର:ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠୁ ଲାଗି ରହିଛି ବର୍ଷା। ଆଜି ବି ଅନେକ ସ୍ଥାନରେ ବର୍ଷା ନେଇ ହେଉଛି। ସକାଳୁ ସକାଳୁ ବର୍ଷା ସହିତ ପାଗ କୋହଲା ରହିଛି।ଭୁବନେଶ୍ୱର ଓ କଟକରେ ସକାଳୁ ବର୍ଷା ଲାଗି ରହିଛି। ଆଗାମୀ ୩ଦିନ ଯାଏ ଟ୍ୱିନ୍‌ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସାମଗ୍ରିକ ଭାବେ ରାଜ୍ୟରେ ବର୍ଷା ଲାଗି ରହିଛି।ବିଭିନ୍ନ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେଉଛି।ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆଜି ମଧ୍ୟ ଆକଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଲାଗି ରହିଛି । ଏଭଳି ସ୍ଥିତି ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିବ।ଆଜି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.