thelifelinemedia
Latest Odisha News, Breaking News Today

ଜିରୋ ନାଇଟ ସେଲିବ୍ରେସନ ଉପରେ ଅବକାରୀ ବିଭାଗର କଟକଣା

ଭୁବନେଶ୍ୱର:ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି ଅବକାରୀ ବିଭାଗ। ଆସନ୍ତା ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ। ଅନୁମତି ନ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।ଜାନୁୟାରୀ ମଧ୍ୟ ଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରଖିବ ଅବକାରୀ ବିଭାଗ। ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପ୍ରସ୍ତୁତି ଚାଲିଛି। ଏହାକୁ ରୋକିବା ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନେବ ଅବକାରୀ ବିଭାଗ।

ଆଗକୁ ନୂଆ ବର୍ଷ ଆସୁଛି। ଏଥିପାଇଁ ଏଵେ ଠୁ ହୋଟେଲ ରେସ୍ତୁରାଣ୍ଟରେ ପ୍ରସ୍ତୁତି ଆରମ୍ବ ହୋଇଗଲାଣି। ଲୋକେ ଜିରୋ ନାଇଟ ସେଲିବ୍ରେସନ ପାଇଁ ହୋଟେଲ ଓ ରେସ୍ତୁରାଣ୍ଟରେ ବୁକ କରିବା ଆରମ୍ଭ କଲେଣି। ତେବେ ଏହା ପୂର୍ବରୁ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି ଅବକାରୀ ବିଭାଗ।

Leave A Reply

Your email address will not be published.