ବଙ୍ଗୋସାଗରରେ ଘନୀଭୂତ ହେଉଛି ସୁଦୃଶ୍ୟ ଲଘୁଚାପ:ଆଗାମୀ ୧୨ଘଣ୍ଟାରେ ଅବପାତ

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି। ଏହା ସାମାନ୍ୟ ଉତ୍ତର ଆଡକୁ ଗତିକରିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ରହିଛି, ଏହା ଆହୁରି ଘନୀଭୂତ ହୋଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ବେଳେ ପରବର୍ତୀ ୨୪ ଘଣ୍ଟାରେ ଗୋଟିଏ ଅବପାତ ଭାବେ ଉତ୍ତର-ଉତ୍ତର ପୂର୍ବ ଆଡକୁ ଗତିକରିବାର ସମ୍ଭାବନା ରହିଛି।ପ୍ରଭାବରେ ରାଜ୍ୟରେ ୨୦ ଏବଂ ୨୧ ରେ ମେଘୁଆ ପାଗ ସହ ବର୍ଷାର ପ୍ରଭାବ ରହିବ। ତେବେ ଓଡିଶା ଉପରେ ଏହି ଅବପାତର କିଛି ପ୍ରଭାବ ପଡିବ ନାହିଁ।ଆଜି ଗଂଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ୍ ରେ ସ୍ବଳ୍ପରୁ ମଧ୍ୟନ ଧରଣର ବର୍ଷା ହେବା ନେଇ ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ।
କୋହଲା ପାଗ ଯୋଗୁଁ ରାଜ୍ୟରେ ଶୀତ କମିଛି। କିନ୍ତୁ ଦିନରେ ଥଣ୍ଡା ଅନୁଭୁତ ହେଉଛି।ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି।