thelifelinemedia
Latest Odisha News, Breaking News Today

ଦୁଇ ବାଇକ ମୁହାମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି :ବାଇକ ଧକ୍କାରେ ଚାଲିଗଲା ଜୀବନ। ଦୁଇ ବାଇକ ମୁହାମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର। ଧର୍ମଗଡ଼ ଥାନା ଇନ୍ଦ୍ରାବତୀ କଲୋନୀ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଦୁଇଟି ଯାକ ବାଇକର ବେଗ ଅଧିକ ଥିଲା। ପରସ୍ପର ସହ ଖୁବ ଜୋରରେ ଦୁଇ ବାଇକ ଧକା ହୋଇଥିଲା ବୋଲି ଦେଖଣାହାରୀ କହିଛନ୍ତି।

ମୃତକ ହେଉଛନ୍ତି ଜୁନାଗଡ ଥାନା ଡୁମେରଵାହାଲ ଗାଁ ର ତୁଷାର କାଣ୍ଡ ଓ ଗୁରୁତର ହେଉଛନ୍ତି ଖଇରଭାଡ଼ି ଗାଁର କ୍ଷୀରୋଦ । ଗୁରୁତରଙ୍କୁ ଧର୍ମଗଡ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ଖବର ପାଇ ଘଟଣା ସ୍ଥଳରେ ଧର୍ମଗଡ ପୋଲିସ ପହଞ୍ଚି ମୃତ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.