thelifelinemedia
Latest Odisha News, Breaking News Today

ସଂସଦରେ ଆହତ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ 

ନୂଆଦିଲ୍ଲୀ: ସଂସଦରେ ଆହତ ହେଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେଲେ। ସାଂସଦ ଜଣଙ୍କ ମୋ ଉପରେ ପଡିଗଲେ ଆଉ ମୁଁ ସିଡିରେ ତଳେ ପଡ଼ିଗଲି ବୋଲି ଆହତ ହୋଇଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଥିଲା। ପ୍ରତାପଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ବାହାରକୁ ଆସିବା ପରେ କିପରି ପଡ଼ିଲେ ବୋଲି ପ୍ରତାପଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ପ୍ରତାପ କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କୁ ଠେଲିଦେଲେ ବୋଲି କହିଥିଲେ। ରାହୁଲ କହିଛନ୍ତି ଆମେ ଆମ୍ବଡେକର ପ୍ରସଙ୍ଗରେ ନାରାବାଜି କରୁଥିଲୁ। କଣ ଘଟିଛି ଭିଡିଓ ଦେଖିଲେ ଜଣାପଡିବ ବୋଲି ରାହୁଲ କହିଛନ୍ତି।

ସଂସଦରେ ଆଜି ଉଭୟ ବିଜେପି ଓ କଂଗ୍ରେସ ସାଂସଦ ମାନେ ନାରାବାଜି କରୁଥିଲେ। ବିଜେପି ସାଂସଦ ମାନେ କଂଗ୍ରେସ ସାଂସଦଙ୍କୁ ସଂସଦ ଭିତରକୁ ପୁରେଇ ଦେଲେନି ବୋଲି କଂଗ୍ରେସ ଅଭିଯୋଗ କରିଛି।ଅନ୍ୟପଟେ ବିଜେପି କହିଛି ସମ୍ବିଧାନ ବିରୋଧରେ ନାରାବାଜି କରି ଆଜି କଂଗ୍ରେସ ସାଂସଦ ମାନେ ନିଜର ଅସଲ ରୂପ ଦେଖାଇଛନ୍ତି।

Leave A Reply

Your email address will not be published.