thelifelinemedia
Latest Odisha News, Breaking News Today

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଡିଲା ୧୦୮ ଫୁଟ ଉଚ୍ଚତାର ଜାତୀୟ ପତାକା 

ଭୁବନେଶ୍ୱର:ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଡିଲା ୧୦୮ ଫୁଟ ଉଚ୍ଚତାର ଜାତୀୟ ପତାକା। ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାରେ ୨୫ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରମୁଖ ଯୋଗଦେଇ ଥିଲେ।ସମସ୍ତ ପ୍ରୋଟୋକଲ ଅନୁଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଅତିଥି ମାନେ।

ବାଚସ୍ପତି କହିଥିଲେ, କ୍ୟାମ୍ପସ ପରିସରରେ ଶୈକ୍ଷିକ ବାତାବରଣ ସହ ଏକ ରାଷ୍ଟ୍ରପ୍ରେମରେ ବାନ୍ଧି ହେବା ଜରୁରୀ । ସେ ନିଜେ ଏହି ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ହିସାବରେ ବେଶ ଗର୍ବିତ ବୋଲି କହିଛନ୍ତି। ଅନ୍ୟପଟେ ଜାତୀୟ ପତାକା ପାଇଁ ସମସ୍ତଙ୍କର ସବୁବେଳେ ସମ୍ମାନ ରହିବା ଏକ ଭାରତୀୟ ହେବାର ପରିଚୟ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.