thelifelinemedia
Latest Odisha News, Breaking News Today

ଶିମିଳିପାଳ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ: ସୁରକ୍ଷା ବଳୟରେ ଶିମିଳିପାଳ ରହିବା ନେଇ ଆକାଉଣ୍ଟ ଜେନେରାଲଙ୍କୁ ଚିଠି

ଭୁବନେଶ୍ୱର: ଶିମିଳିପାଳ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନେଇ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଲେ ଗୃହ ସଚିବ ସତ୍ୟବ୍ରତ ସାହୁ।ଶିମିଳିପାଳ କେମିତି ଏକ ସୁରକ୍ଷା ବଳୟ ଭିତରେ ରହିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି।ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୋଲିସ । ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ ।

ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ସବ୍ ଇନସପେକ୍ଟର, ୩ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ହାବିଲଦାର, ୩ ଡ଼୍ରାଇଭର ହାବିଲଦାର, ୮୭ ସିପାହୀ ଓ ୩ ଡ୍ରାଇଭର ରହିବେ । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।ନିକଟ ଅତୀତରେ ଶିମିଳିପାଳରେ କେତେବେଳେ ଶିକାରୀଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଥିଲା ତ ପୁଣି କେତେବେଳେ ନିଆଁରେ ଜଳୁଥିଲା ଶିମିଳିପାଳ। ତେଣୁ ଏ ସବୁକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଏହି ସବୁ ପଦକ୍ଷେପ ପାଇଁ ଚିଠି ଲେଖିଛନ୍ତି।

Leave A Reply

Your email address will not be published.