ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଶ୍ୱନୀ:ଭାବବିହ୍ଵଳ ଢଙ୍ଗରେ କ୍ରିକେଟକୁ ଅଲବିଦା

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱନୀ। ଭାବ ବିହ୍ଵଳ ହୋଇ କ୍ରିକେଟକୁ ଅଲବିଦା କହିଛନ୍ତି ଭାରତର ସବୁଠାରୁ ସଫଳତମ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଗାବା ଟେଷ୍ଟର ଶେଷ ଦିନରେ ବେଶ ଭାବବତହ୍ୱଳ ଢଙ୍ଗରେ ଭାରତ ପାଇଁ ଆଉ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଶି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ଘୋଷଣା କରିଥିଲେ।
୩୮ ବର୍ଷୀୟ ଅଶ୍ୱିନ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ନେଇଥିବା ଖେଳାଳୀ । ସେ ଟେଷ୍ଟ କ୍ରିକେଟରେ ୫୩୭ଟି ୱିକେଟ ନେଇଛନ୍ତି। କେବଳ ବୋଲିଂରେ ଅଶ୍ୱିନୀ ଉପଯୋଗୀତା ଖେଳ ଦେଖାଇଛନ୍ତି ତା ନୁହେଁ ଅଶ୍ୱନୀଙ୍କ ବ୍ୟାଟ ମଧ୍ୟ କଥା କହିଛି। ସଙ୍କଟ ସମୟରେ ପ୍ରତିପକ୍ଷ ଦଳ ସାମ୍ନାରେ ତାଙ୍କ ବ୍ୟାଟରୁ ଅନେକ ଥର ଶତକୀୟ ଇନିଂସ ମଧ୍ୟ ଦେଖିବାକୁ ମିଳିଛି।ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ସେ ଆଇପିଏଲ ଓ କ୍ଲବ କ୍ରିକେଟ ଖେଳିବେ । ୨୦୨୫ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସରେ ଦଳ ପକ୍ଷରୁ ସେ ଖେଳିବେ।