thelifelinemedia
Latest Odisha News, Breaking News Today

ଦୁଇ ମାସରେ ସରିବ ଆବାସ ସର୍ଭେ: ବାଦ ପଡିବେନି ଯୋଗ୍ୟ ହିତାଧିକାରୀ 

ଭୁବନେଶ୍ୱର: ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେବେ ନାହିଁ। ଏହା ହେଉଛି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ତେଣୁ ଆବାସ ସର୍ଭେ ଦୁଇ ମାସରେ ସରିବା ନେଇ ଲକ୍ଷ୍ୟ ରଖାଯାଇଛି।ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ଯେଉଁମାନେ ବି ଆବାସ ପାଇବାରୁ ବାଦ ପଡ଼ିଛନ୍ତି । କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।ବିଭାଗର ଟ୍ରେନର ମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି, ବଞ୍ଚିତ ଅଛନ୍ତି, ସେମାନଙ୍କୁ ସାମିଲ କରାଯାଉଛି ।

ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବ ମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା । ସର୍ଭେକୁ ବିଭାଗ ଅଧିକ ଗୁରୁତ୍ଵ ଦେଉଛି । ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତ ସମୟରେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

Leave A Reply

Your email address will not be published.