thelifelinemedia
Latest Odisha News, Breaking News Today

୪୦ ଲକ୍ଷ ଠକିନେଲେ ସାଇବର ଠକ: ସାଇବର ଥାନାରେ ମାମଲା

କଟକ:ଏକ ପ୍ରତିଷ୍ଠିତ କାର୍ କମ୍ପାନିର ଡିଲରସିପ୍ ଦେବା ନାଁରେ ଠକି ନେଲେ ସାଇବର ଠକ। ଚୁନା ଲଗେଇଲେ କଟକ ସିଡ଼ିଏ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ।ଠକି ନେଲେ ୪୦ ଲକ୍ଷ ଟଙ୍କା।ଏକ ପ୍ରତିଷ୍ଠିତ କାର୍ କମ୍ପାନିର ଡିଲରସିପ୍ ଦେବା ନାଁରେ ବ୍ୟବସାୟୀଙ୍କୁ ପ୍ରତିଶୃତି ଦେଲେ। ଆଉ ସୁଯୋଗ ଦେଖି ଠକିନେଲେ ୪୦ ଲକ୍ଷ ଟଙ୍କା।

ଠକାମୀରେ ଶିକାର ହେବା ପରେ କଟକ ସାଇବର୍ ଥାନାରେ ବ୍ୟବସାୟୀ ଜଣଙ୍କ ଏତଲା ଦେଇଛନ୍ତି। ଘଟଣା କ୍ରମରେ ଦୁଇଟି କିସ୍ତିରେ କୋଡିଏ ଲକ୍ଷ ଲେଖାଏଁ ଜମା କରିଥିଲେ ବ୍ୟବସାୟୀ। ପରବର୍ତ୍ତୀ ସମୟରେ କାର କମ୍ପାନୀ ନୁହେଁ ଏକ ବ୍ୟକ୍ତିଗତ ବ୍ୟାଙ୍କ୍ ଆକାଉଣ୍ଟ ବୋଲି ଜାଣିବାକୁ ପାଇଥିଲେ ବ୍ୟବସାୟୀ। ଏହାପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ଦୁଇଟି ଆକାଉଣ୍ଟ କୁ ଯାଇଛି ଟଙ୍କା। ଦୁଇଟି ଯାକ ବ୍ୟାଙ୍କ୍ ଆକାଉଣ୍ଟ ରାଜଧାନୀ ଦିଲ୍ଲୀ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ସାଇବର ଥାନା ପୋଲିସ। ଏନେଇ ବିଭିନ୍ନ ଦିଗକୁ ନେଇ ପୋଲିସ ଛାନଭିନ ଚଳାଇଛି।

Leave A Reply

Your email address will not be published.