ଅଡୁଆରେ ରେଭେନ୍ସା ବିଶ୍ଵବଦ୍ୟାଳୟର ସହକାରୀ ଅଧ୍ୟାପିକା: ଜାଲ କାଗଜ ଦାଖଲ କରିଥିବା ଅଭିଯୋଗରେ ଥାନାରେ ଏତଲା

କଟକ:ଅଡୁଆରେ ରେଭେନ୍ସା ବିଶ୍ଵବଦ୍ୟାଳୟର ସହକାରୀ ଅଧ୍ୟାପିକା।ଲାଲବାଗ ଥାନାରେ ତାଙ୍କ ନାଁରେ ଏତଲା ଦେଲେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଦେ। ଏ ନେଇ ମାମଲା ରୁଜୁ କରିଛି ଲାଲବାଗ ଥାନା ପୋଲିସ। ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ଏକ ଜାଲ କାଗଜ ଦାଖଲ କରିଥିବା ଅଭିଯୋଗରେ ଏତଲା ଦିଆଯାଇଛି।ଏକ ଚିଠିରେ ଡେପୁଟି ଇଲେକ୍ସନ ଅଫିସରଙ୍କ ଜାଲ ଦସ୍ତଖତ କରାଯାଇଥିବା ଅଭିଯୋଗ ହୋଇଛି।
ଏକ କୋର୍ସ କରିବା ପାଇଁ ରାଜ୍ୟ ବାହାରକୁ ଯିବାକୁ ଅନୁମତି ଚାହିଁ ଥିଲେ ଅଧ୍ୟାପିକା। ଇଲେକ୍ସନ ଅଫିସରଙ୍କ ପତ୍ର ଦେଖିବା ପରେ ତାଙ୍କୁ ଡ୍ୟୁଟିରୁ ରିଲିଭ କରିଥିଲେ ରେଜିଷ୍ଟ୍ରାର। ପରବର୍ତ୍ତୀ ସମୟରେ ଡେପୁଟି ଇଲେକ୍ସନ ଅଫିସରଙ୍କ ପତ୍ରଟି ଜାଲ ବୋଲି ଜଣାପଡିଥିଲା। ଏଵେ ଅଧ୍ୟାପିକାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଏଵେ ପୋଲିସ ତଦନ୍ତର ସାମ୍ନା କରିବେ।