ପଦରୁ ହଟିଲେ ବିଷ୍ଣୁପଦ:ବିବାଦୀୟ ଆଇଏଏସ ଅଧିକାରୀଙ୍କୁ ମୋହନ ସରକାରଙ୍କ ଛାଟ

ଭୁବନେଶ୍ୱର:ବିବାଦୀୟ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାରଙ୍କ ଛାଟ। ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ସମନକୁ ନେଇ ବିଷ୍ଣୁପଦ ଚର୍ଚ୍ଚାରେ ଥିଲେ। ତେଣୁ ତାଙ୍କ ବିରୁଦ୍ଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କୁହାଯାଉଛି। ଦାୟିତ୍ୱରେ ଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର । ଏଵେ ତାଙ୍କୁ ଓଏସଡ଼ି ଭାବେ ନିଯୁକ୍ତି ମିଳିଛି।
ଲାଞ୍ଚ କାରବାର ମାମଲାରେ ବିଷ୍ଣୁପଦଙ୍କ ଭୂମିକାକୁ ନେଇ ସିବିଆଇ ସନ୍ଦେହ କରି ତାଙ୍କୁ ସମନ କରିଥିଲା। କିନ୍ତୁ ସିବିଆଇ ସମନକୁ ଏଡାଇଦେଇ ହାଜର ହେଉ ନଥିଲେ ବିଷ୍ଣୁ ପଦ।ବାରମ୍ବାର ସମନ ସତ୍ତ୍ୱେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ବିଷ୍ଣୁପଦଙ୍କ ଡିଲ ହୋଉଥିଲା। ଟଙ୍କା ଲାଞ୍ଚ କାରବାରରେ ବିଷ୍ଣୁପଦଙ୍କର ଭୂମିକା ରହିଛି ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି।