thelifelinemedia
Latest Odisha News, Breaking News Today

ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୁଳ ଓଡ଼ିଶା ରେ ବର୍ଷା ହେବ କୁ ନେଇ ପୁର୍ବାନୁମାନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନକେନ୍ଦ୍ର। ପବନରେ ପରିବର୍ତନ ହେଉଥିବାରୁ ରାଜ୍ୟରେ ହାଲୁକା ରୁ ମଧ୍ୟମଧରଣ ର ବର୍ଷା ସହ ବିଜୁଳି ଓ ଘଡ଼ଘ଼ଡ଼ୀ ହେବାର ସମ୍ଭାବନା ରହିଛି। ଏପଟେ ରାତି ତାପମାତ୍ର ବୃଦ୍ଧି ପାଉଥିବାବେଳେ ଦିନ ତାପମାତ୍ରା ହ୍ରାସ ପାଇବ ତେବେ ଶିତ ପ୍ରଭାବ ମଧ୍ୟ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୫ ଦିନ ପାଇଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୭ ଓ ୧୮ ତାରିଖ ଦୁଇ ଦିନ ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମ ଗଜପଟି , କୋରାପୁଟ, ରାୟଗଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୁଳ ଓଡ଼ିଶା ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି , ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ୀ ହେବାର ସମ୍ଭବନା ମଧ୍ୟ ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.