ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକ: ସମୟସୀମା ଭିତରେ ପ୍ରକଳ୍ପ କାମ ସାର, ନଚେତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:ସମୟସୀମା ଭିତରେ କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ। ପ୍ରକଳ୍ପ ଗୁଡିକର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀଙ୍କ ସୂଚନା।କ୍ୱାଲିଟିରେ ବି କମ୍ପରମାଇଜ ନ କରିବାକୁ ବି ନିର୍ଦ୍ଦେଶ ରହିଛି।ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ। ପେନାଲଟି ହେବା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ବି କରିବେ ସରକାର। ପ୍ରକଳ୍ପ କାମ ପାଇଁ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ହୋଇଥିଲା ବିସ୍ତୃତ ସମୀକ୍ଷା ବୈଠକ। ଯେଉଁଥିରେ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ ଏଜେନସି ଏବଂ ଠିକାଦାର ମାନେ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ରୋଡ଼, ବ୍ରିଜ, ବିଲଡିଂ, ଏନଏଚ ପ୍ରକଳ୍ପ, ଓବିସିସି ପ୍ରକଳ୍ପ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନେଇଥିଲେ ବିସ୍ତୃତ ସମୀକ୍ଷା।
୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପର ସମୀକ୍ଷା ହୋଇଥିଲା। ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା ହେବା ସହ ପ୍ରକଳ୍ପ ଶେଷ ସମୟ ସୀମା ମଧ୍ୟ ଧର୍ଯ୍ୟ କରାଯାଇଛି। ଯେଉଁ ପ୍ରକଳ୍ପ ରେ ସମସ୍ୟା ଅଛି ସେ ନେଇ ଚର୍ଚ୍ଚା ଆଲୋଚନା ହୋଇଛି। ପୂର୍ବରୁ ଲମ୍ବା ସମୟ ଧରି ପ୍ରକଳ୍ପ କାମ ଚାଲୁଥିଲା। ଲମ୍ବା ସମୟ ପାଇଁ ଭିତ୍ତିଭୂମି ଏବଂ ରୋଡ଼ ନେଟୱାର୍କକୁ ସୁଦୃଢ କରିବାକୁ ବିସ୍ତୃତ ଆଲୋଚନା ହୋଇଛି ।