thelifelinemedia
Latest Odisha News, Breaking News Today

ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ ୨୦୨୪

ଭୁବନେଶ୍ୱର:ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ ୨୦୨୪। ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୦ ତାରିଖ ଯାଏଁ ତିନିଦିନବ୍ୟାପୀ ଏହି ଉତ୍ସବର ଆୟୋଜନ କରାଯାଉଛି । ଚଳିତ ବର୍ଷ ୩୦ ଟି ଜିଲ୍ଲାରୁ ୩୫୧ ଜଣ ଛାତ୍ର, ୭୩୧ ଜଣ ଛାତ୍ରୀ ଯୋଗଦେବାକୁ ଥିବା ବେଳେ ୧୩୯ ଜଣ କ୍ରୀଡ଼ା ଶିକ୍ଷକ ଏବଂ ମାର୍ଗଦର୍ଶୀ ଶିକ୍ଷକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯିବାକୁ ଥିବା ବେଳେ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ୫୦ ଟି ଉଚ୍ଚ ବିଦ୍ୟାଳୟକୁ ସମ୍ମାନିତ କରାଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା “ସର୍ଗିଫୁଲ- ୨୦୨୪” ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଉଦଘାଟନୀ ସମାରୋହରେ ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ଯୋଗଦେବାକୁ ଥିବା ବେଳେ ଉଦଯାପନୀ ସମାରୋହରରେ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେବାକୁ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.