thelifelinemedia
Latest Odisha News, Breaking News Today

ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ:ନଜର ରଖିଛି ବନ ବିଭାଗ

ଭୁବନେଶ୍ୱର: ଝାଡ଼ଖଣ୍ଡର ଜଙ୍ଗଲରେ ଘୁରି ବୁଲୁଛି ବାଘୁଣୀ ଜିନ୍ନତ।ଓଡ଼ିଶା ପାର ହୋଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରିବୁଲୁଛି ବାଘୁଣୀ।ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି । ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷ୍ମ ନଜର ରଖିଛି । ତାର ଗତିବିଧି ଉପରେ ନଜର ରଖାଯାଇଛି।ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ  ୪ ଦିନ ଧରି ଜିନ୍ନତ କିଛି ଖାଉ ନଥିବାରୁ ଦିନକୁ ଦିନ ଦୁର୍ବଳ ହେଉଛି । ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ ।

ବାଘୁଣୀ ଜୀନ୍ନତ୍ ଉପରେ ଏବେ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ଟିମ୍ ନଜର ରଖିଛନ୍ତି। ସମୟ ଓ ସୁବିଧା ଦେଖି ବାଘୁଣୀକୁ ଟ୍ରାଙ୍କୁଳାଇଜ୍ କରି ଫେରାଇଆଣିବା ପାଇଁ ପ୍ରୟାସ କରାଯିବ। ଶିମିଳିପାଳକୁ ଫେରାଇ ଆଣିବାକୁ ଖୋଜାଖୋଜି କରୁଛି ବନ ବିଭାଗ । ଜିନ୍ନତକୁ ଯଥା ଶୀଘ୍ର ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

Leave A Reply

Your email address will not be published.