thelifelinemedia
Latest Odisha News, Breaking News Today

ସମସ୍ତ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଲେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର:ସମସ୍ତ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଲେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ୫.୧୧ ଲକ୍ଷ ଆବେଦନକାରୀଙ୍କୁ ବାୟୋମେଟ୍ରିକ ଜରିଆରେ ଇ-କେୱାସି କରିବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ କେୱାସି ଯାଞ୍ଚ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ହେଇଛନ୍ତି ୧ କୋଟି ୬ ଲକ୍ଷ ୨୪ ହଜାର।

ଯେଉଁ ୫.୧୧ଲକ୍ଷ ହିତାଧିକାରୀମାନେ ସୁଭଦ୍ରା ଅଧୀନରେ ଇ-କେୱାସି କରିନାହାନ୍ତି କିମ୍ବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି, ସୁଭଦ୍ରା ସହାୟତା ପାଇବା ନିମନ୍ତେ ସେମାନଙ୍କୁ ମଧ୍ୟ ବାୟୋମେଟ୍ରିକ ପ୍ରକ୍ରିୟା ଇ-କେୱାସି କରିବାକୁ ପଡିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ପ୍ରସଙ୍ଗରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସମସ୍ତ ହିତାଧିକାରୀଙ୍କୁ ଆଶ୍ଵାସନା ଦେଇ କହିଛନ୍ତି ଯେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ସହାୟତା ଉପଲବ୍ଧ ହେବ।

Leave A Reply

Your email address will not be published.