ଦେଶୀ ବନ୍ଧୁକ ରଖିବାରୁ ଗିରଫ: ରାଉରକେଲାରେ ଦୁଇ ଜଣଙ୍କୁ ମାଡି ବସିଲା ପୋଲିସ

ରାଉରକେଲା:ରାଉରକେଲାରେ ଦେଶୀ ବନ୍ଧୁକ ରଖିବାରେ ଗିରଫ।ବେଆଇନ ଦେଶୀ ବନ୍ଧୁକ ରଖିବା ସୂଚନା ପାଇବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ସେକ୍ଟର -୩ ଥାନା ପୋଲିସ୍। ଗିରଫ ଦୁଇ ଜଣ ହେଉଛନ୍ତି ଭିକି ଚୋୖଧୁରୀ ଓ ସୁମିତ ରଞ୍ଜନ ରାଉତ। ଦୁହେଁ ଗାଡ଼ିରେ ବନ୍ଧୁକ ନେଇ ଯାଉଥିବା ସମ୍ପର୍କରେ ସୂଚନା ପାଇଥିଲା ପୋଲିସ୍। ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଉଦ୍ଧାର କରିଥିଲେ। ଦେଶୀ ବନ୍ଧୁକ ରଖିବା ସମ୍ପର୍କରେ କୋୖଣସି ସଠିକ୍ ଉତ୍ତର ଦେଇପାରି ନଥିଲେ ଦୁହେଁ।ତେଣୁ ପୋଲିସ୍ ଘଟଣାସ୍ଥଳରୁ ଉଭୟଙ୍କୁ ଗିରଫ କରିଛି।
ସହରରେ ଆଗକୁ ଦେଶୀ ବନ୍ଧୁକ କାରବାର ଉପରେ ପୋଲିସ ନଜର ରଖିଛି। ଆଗକୁ ଏ ନେଇ ଖୋଳତାଡ଼ କରିବ ବୋଲି ରାଉରକେଲା ପୋଲିସ କହିଛି।