thelifelinemedia
Latest Odisha News, Breaking News Today

ଶିକାରୀ ଗୁଳିରୁ ଅଳ୍ପକେ ବର୍ତ୍ତିଲେ ବନ ବିଭାଗ କର୍ମଚାରୀ

ମୁନିଗୁଡା: ଛତିଶଗଡ଼ରୁ ହାତୀ ଦାନ୍ତ କିଣିବାକୁ ଆସିଥିବା ବେପାରୀଙ୍କୁ ଟ୍ରାପ କରି ଫସିଲା ଛତିଶଗଡ଼ର ଫରେଷ୍ଟ ଟିମ। ବେପାରୀଙ୍କୁ ଟ୍ରାପ କରିବା ପାଇଁ ଛତିଶଗଡ଼ ବନ ବିଭାଗର ଏକ ଟିମ ଆସିଥିଲେ। ମୁନିଗୁଡା ବନଖଣ୍ଡ ଅଧିକାରୀଙ୍କ ସହାୟତାରେ ୧୩ ଜଣିଆ ଟିମ କରଡା ବନ୍ଧ ଘାଟି ନିକଟରେ ଯାଞ୍ଚ କରିଥିଲେ।

ଯାଞ୍ଚ ସମୟରେ ଗୁଳି ଚାଳନା ହେଇଛି । ଶିକାରୀଙ୍କ ଗୁଳି ଚାଳନାରୁ ଅଳ୍ପ କେ ବର୍ତ୍ତିଲେ ଜଙ୍ଗଲ ବିଭାଗୀୟ ଅଧିକାରୀ। ଦୁଇଟି ଗାଡିରେ ୧୩ ଜଣିଆ ଟିମ ଉପରେ ଶିକାରୀଙ୍କ ତରଫରୁ ଗୁଳି ଚାଳନା ହେଇଥିବା ବିଶେଷ ସୂତ୍ରରୁ ଜଣା ପଡିଛି। ଜଙ୍ଗଲ ବିଭାଗର ଗାଡି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲେ ବିଭାଗର ୧୨ କର୍ମଚାରୀ । ଏନେଇ ମୁନିଗୁଡା ଥାନାରେ ମାମଲା ରୁଜୁ ହେଇଛି।

Leave A Reply

Your email address will not be published.