କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା: ଟେଲର ସ୍ଲିପ ଧରାଇଦେଲା ଅଭିଯୁକ୍ତଙ୍କୁ

କଟକ: କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ସଫଳ ହୋଇଛି ପୋଲିସର ଅପରେସନ। ଅଭିଯୁକ୍ତଙ୍କ ପାଖରେ ପହଂଚିବା ପାଇଁ ପୋଲିସର ଅପରେସନକୁ ବଖାଣିଛନ୍ତି କଟକ ଡିସିପି। ମାତ୍ର ଦୁଇ ଦିନରେ ହତ୍ୟାକାଣ୍ଡର ପର୍ଦ୍ଧାଫାସ କଲା କଟକ କମିଶନରେଟ ପୋଲିସ।୩୦ ରୁ ୩୫ ଘଣ୍ଟାରେ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି।ଏହି ହତ୍ୟାରେ ପ୍ରଥମରୁ ମୃତ ମହିଳାଙ୍କ ପରିଚୟ ଜଣା ନଥିଲା।
ଏହି ହତ୍ୟାକାଣ୍ଡ ରେ ପ୍ରଥମେ ଅଭିଯୁକ୍ତ ମାନଙ୍କୁ ଧରା ଯାଇଥିଲା। ଓଡିଶା ପୋଲିସ ଓ ଗୁଜୁରାଟ ପୋଲିସ ମିଳିତ ଭାବେ ତଦନ୍ତକୁ ଆଗକୁ ବଢାଇଥିଲେ । ଘଟଣାସ୍ଥଳରୁ ଏକ ପ୍ୟାଂଟ ଓ ସାର୍ଟ ମିଳିଥିଲା। ସାର୍ଟରେ ଲାଗିଥିବା ଟେଲରର ନେମ ପ୍ଲଟେ ନିୟୁ ଷ୍ଟାର ଟେଲର ରହିଥିଲା। ଏହି ନେମ ପ୍ଲେଟ କୁ ନେଇ ତଦନ୍ତ କୁ ଆଗକୁ ବଢ଼ା ଯାଇଥିଲା। ଏହି ନେମ ପ୍ଲେଟ ଟି ଗୁଜୁରାଟର ଏକ ଟେଲର ଥିଲା। ସୁରଟର ଏକ ଟେଲରର ଏହି ନେମ ପ୍ଲେଟ ଥିଲା। ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତ ଜଗନ୍ନାଥ ଦେହୁରୀ , ମହାକାଳପଡ଼ା, କେନ୍ଦ୍ରାପଡ଼ା ଘର ବୋଲି ଜଣା ପଡିଥିଲା। ପରେ ବଳରାମ ଦେହୁରୀ ଓ ହାପି ଦେହୁରୀଙ୍କୁ ମିଶାଇ ତିନି ଜଣ ଏହି ହତ୍ୟା କାଣ୍ଡ ରେ ଜଡିତ ବୋଲି ଜଣା ପଡିଥିଲା।ଏବେ ପୋଲିସ ଏହି ତିନି ଜଣଙ୍କୁ ଗିରଫ କରି ତନାଘନା କରୁଛି।