ଆଉ ନାହାନ୍ତି ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ

ନୂଆଦିଲ୍ଲୀ:ପ୍ରସିଦ୍ଧ ତବଲା ବାଦକ, ସଙ୍ଗୀତଜ୍ଞ ଉସ୍ତାଦ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ବୟସ ହୋଇଥିଲା।ଆମେରିକାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଭାରତୀୟ ସଙ୍ଗୀତ ଜଗତର ଜଣେ ଉଜ୍ବଳମୟ ତାରକା ଥିଲେ ଜାକିର ହୁସେନ। ପାଶ୍ଚାତ୍ୟ ଜଗତରେ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ ଜାକିର ହୁସେନ।ତବଲା ବାଦକ ଭାବରେ ସୁଖ୍ୟାତି ଅର୍ଜନ କରି ନିଜେ ନିଜକୁ ତିଆରି କରିଥିବା ନାଁ ହେଉଛି ଜାକିର ହୁସେନ। ତାଙ୍କ ବିୟୋଗରେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି।
କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।ତାଙ୍କୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ।