thelifelinemedia
Latest Odisha News, Breaking News Today

ଯାତ୍ରା ପୂର୍ବରୁ ଘଟିଲା ଅଘଟଣ: ଭାଙ୍ଗିଲା ମୁଖ୍ୟ ଗେଟ, ୩୦ରୁ ଅଧିକ ଲୋକ ଆହତ

ସାଲେପୁର:ଆଉ କିଛି ସମୟ ପରେ ଯାତ୍ରା ପରିବେଷଣ ହୋଇଥାନ୍ତା। ହେଲେ ତା ପୂର୍ବରୁ ଘଟିଗଲା ଅଘଟଣ। ଭାଙ୍ଗିଲା ଯାତ୍ରା ପାର୍ଟିର ମୁଖ୍ୟ ଗେଟ। ଘଟିଲା ବଡ ଅଘଟଣ।ଚାପି ହୋଇ ଆହତ ହେଲେ ୩୦ ରୁ ଅଧିକ ଲୋକ।କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ାରେଯାତ୍ରା ଆରମ୍ଭ ହେବା ପୂର୍ବରୁ ଘଟିଲା ଅଘଟଣ ଘଟିଛି। ଭୁଶୁଡ଼ି ପଡ଼ିଲା ଯାତ୍ରା ପାର୍ଟିରେ ଏଣ୍ଟ୍ରି ଗେଟ। ଫଳରେ ୩୦ରୁ ଅଧିକଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ଅଛନ୍ତି।

କୁହାଯାଉଛି ଧାଡି ହୋଇ ନଯାଇ ବହୁ ସଂଖ୍ୟାରେ ଦର୍ଶକ ଏକାବେଳେ ଗେଟରେ ପ୍ରବେଶ କରିବାରୁ ଗେଟ ଭୁଶୁଡ଼ି ପଡ଼ିଲା। ଗେଟ ଯେମତି ରଖାଯିବା କଥା ସେମିତି ବ୍ୟବସ୍ଥା କରାଯାଇ ନଥିଲା। ତେଣୁ ଅଧିକ ସଂଖ୍ୟାରେ ଲୋକଙ୍କ ଭାର ସମ୍ଭାଳି ପାରିଲାନି ଗେଟ। ଲୋକଙ୍କ ଉପରେ ଭୁଶୁଡି ପଡ଼ିଲା ଅଘଟଣ ପରେ ଯାତ୍ରା ପରିବେଷଣକୁ ବନ୍ଦ କରାଯାଇଥିଲା। କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖି ଯାତ୍ରା କମିଟି ଲୋକଙ୍କୁ ପଚାର ଉଚୁରା କରିଥିଲେ।ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତନାଘନା ଚଳାଇଛି।

Leave A Reply

Your email address will not be published.