ବନ୍ଧା ହେଲେ ଅତୁଲ ସୁବାସଙ୍କ ପତ୍ନୀ ନିକିତା

ବେଙ୍ଗାଳୁରୁ:ବନ୍ଧା ହେଲେ ଅତୁଲଙ୍କ ସ୍ତ୍ରୀ ନିକିତା । ଅତୁଲ ସୁବାସ ଜୀବନ ହାରିବା ଘଟଣାରେ ପୋଲିସ ନେଇଛି ବଡ଼ କାର୍ଯାନୁଷ୍ଠାନ।ନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ଅତୁଲ ସୁବାସଙ୍କ ମରିବା ପୂର୍ବରୁ ଭିଡିଓ ବାର୍ତ୍ତା ଓ ସୁଇସାଇଡ ନୋଟ ଆଧାରରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ନିକିତାଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠା ଯାଇଛି।
ଗତ ୯ ତାରିଖରେ ଜୀବନ ହାରିଥିଲେ ବେଙ୍ଗାଳୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷ । ପତ୍ନୀଙ୍କ ନିର୍ଯ୍ୟାତନାରେ ଅସହ୍ୟ ହୋଇ ଶେଷରେ ଜୀବନ ହାରିଥିଲେ ଅତୁଲ।ମୃତ୍ୟୁ ପୂର୍ବରୁ ଦେଢ ଘଣ୍ଟାର ଭିଡିଓ ବାର୍ତ୍ତା ଦେଇଥିଲେ, ଯେଉଁଥିରେ ସେ କିଭଳି ପ୍ରତାରଣାର ଶିକାର ହୋଇଛନ୍ତି ସେ କଥା କହିଥିଲେ। ତା ସହିତ ୨୪ ପୃଷ୍ଠାର ସୁଇସାଇଡ ନୋଟ ଛାଡି ଯାଇଥିଲେ ।ଯାହାକୁ ଆଧାର କରି ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି।