thelifelinemedia
Latest Odisha News, Breaking News Today

ଆଇସିୟୁରେ ଆଡ଼ଭାନୀ: ସ୍ୱାସ୍ଥ୍ୟବସ୍ଥା ସ୍ଥିର ନେଇ ଡାକ୍ତରଙ୍କ ସୂଚନା 

ନୂଆଦିଲ୍ଲୀ:ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଆଇସିୟୁରେ ରଖାଯାଇଛି।୯୭ ବର୍ଷୀୟ ଆଡ଼ଭାନୀଙ୍କୁ ଦୁଇ ଦିନ ପୂର୍ବରୁ ଡାକ୍ତରଖାନାକୁ ରୁଟିନ୍ ଚେକ୍‌ ଅପ୍ ପାଇଁ ଅଣାଯାଇଥିଲା। କିନ୍ତୁ ପୁଣି ଥରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା ଓ ସେଠାରେ ତାଙ୍କୁ ଭର୍ତ୍ତି କରାଯାଇଛି। ଥଣ୍ଡା ଓ ଜ୍ୱର ଲାଗି ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଗିଡିଯାଉଛି। ଗତ ଜୁଲାଇ ମାସରୁ ଏପର୍ଯ୍ୟନ୍ତ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ୪ ଥର ଡାକ୍ତରଖାନାରେ ଭର୍ତ୍ତି କରାଗଲାଣି।ଗତ କିଛିମାସ ହେଲା ଆଡ଼ଭାନୀ ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା‌ ଦେଇ ଗତି କରୁଛନ୍ତି।

ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ଆଡ଼ଭାନୀ ଉପ-ପ୍ରଧାନମନ୍ତ୍ରୀ ସହିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିଲେ। ଚଳିତ ବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ବେସମାରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.