thelifelinemedia
Latest Odisha News, Breaking News Today

ଯାତାୟାତ କ୍ଷେତ୍ରରେ ସୁଦୃଢ ହେବ ମାଲକାନଗିରି :ନିର୍ମାଣ ହେବ ୬ ଲେନ ରାସ୍ତା 

ମାଲକାନଗିରି:ଯାତାୟାତ ଓ ବାଣିଜ୍ୟ କ୍ଷେତ୍ରରେ ଆହୁରି ସଶକ୍ତ ହେବ ମାଲକାନଗିରି ଜିଲ୍ଲା।ମାଲକାନଗିରି ମୋଟୁ ଠାରୁ ମୟୁରଭଞ୍ଜ ର ତିରିଙ୍ଗି ପର୍ଯ୍ୟନ୍ତ ନିର୍ମାଣ ହେବ ୬ ଲେନ ରାସ୍ତା । ଡବଲ ଇଞ୍ଜିନ ଫୋକସରେ ମାଲକାନଗିରି ଜିଲ୍ଲା ।ଜିଲ୍ଲାର ନିଯୁକ୍ତ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ନିର୍ମାଣ ହେବ ସିମେଣ୍ଟ କାରଖାନା ଯାହା ଜିଲ୍ଲାକୁ ଆର୍ଥିକ ସ୍ଥିତିରେ ଆହୁରି ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ସିମେଣ୍ଟ କାରଖାନା ପାଇଁ ୪ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ ଏବଂ ଏଥିରେ ୨ ହଜାରରୁ ଉର୍ଦ୍ଧ ବେକାର ଯୁବକ ନିୟୋଜିତ ହେବେ ବୋଲି -ମୁଖ୍ୟମନ୍ତ୍ରୀ କହିଛନ୍ତି।ଖୁବ ଶୀଘ୍ର ଜିଲ୍ଲାରେ ରେଳ ଚଳାଚଳ ପାଇଁ କାର୍ଯ୍ୟ ଆରମ୍ଭ ହେବା ସହ ମାଲକାନଗିରି ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.