ପୋଲାଭରମକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି

ଭୁବନେଶ୍ୱର:ପୋଲାଭରମ ପ୍ରସଙ୍ଗକୁ ନେଇ ସ୍ବର ଶାଣିତ କରିଛି ବିଜେଡି। ରାଜ୍ୟର ସ୍ୱାର୍ଥ ପାଇଁ ଏହି ପ୍ରସଙ୍ଗକୁ ନେଇ ଏଵେ ଆନ୍ଦୋଳନକୁ ଓଲ୍ହାଇବାକୁ ଯାଉଛି ବିଜୁ ଜନତା ଦଳ ପୋଲାଭରମକୁ ନେଇ ଜାନୁୟାରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ମାଲକାନଗିରି ମୋଟୁ ରୁ ରାଜଧାନୀ ଏବଂ ରାଜଧାନୀରୁ ଦିଲ୍ଲୀ ଆନ୍ଦୋଳନ କରିବ ବିଜେଡି। ଓଡିଶାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ନିକଟରେ ବିଜେଡିର ପୋଲାଭରମ କମିଟି ଦିଲ୍ଲୀ ଗସ୍ତ କରିଥିଲା। ସେଠୀ ଜଳଶକ୍ତି ମନ୍ତ୍ରୀ ଏବଂ ଏସିଏସଟି କମିଶନ ଭେଟିଥିଲେ। ଆଜି କମିଟି ସଦସ୍ୟ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି।
ପୂର୍ବରୁ ବିଜେଡିର ଏକ ଟିମ ମାଲକାନଗିରି ଯାଇ ପୁରା ସ୍ଥିତି ଅନୁଧ୍ୟାନ କରଥିଲା। ପୋଲାଭରମ ପ୍ରକଳ୍ପ ଆଗକୁ ବଢିଲେ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ କେତେ ପ୍ରଭାବିତ ହେବ ସେ ସ୍ଥିତି ଅନୁଧ୍ୟାନ କରିଥିଲା ଟିମ। ପରେ ଦିଲ୍ଲୀ ଯାଇ କେନ୍ଦ୍ରୀୟ ଅଧିକାରୀଙ୍କୁ ଭେଟି ପୋଲାଭରମ ପ୍ରକଳ୍ପ ହେଲେ ଓଡିଶା କେମିତି ପ୍ରଭାବିତ ହେବ ସେ ନେଇ ଅବଗତ କରାଇଥିଲେ।