thelifelinemedia
Latest Odisha News, Breaking News Today

କାରରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଘଟଣା: IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ

ଭୁବନେଶ୍ୱର:IAS ବିଷ୍ଣୁପଦ ସେଠୀଙ୍କୁ ସମନ ପଠାଇଛି ସିବିଆଇ।ଦିଲ୍ଲୀ ସିଆବିଆଇରୁ ମିଳିଛି ବିଷ୍ନୁପଦଙ୍କୁ ସମନ୍। ଗତ ୧୦ତାରିଖରେ CBI ଏହି ସମନ ପଠାଇଥିବା ଜଣାପଡିଛି।ଟେଣ୍ଡର ଫିକ୍ସିଂରେ ଗିରଫ ତିନି ଅଭିଯୁକ୍ତ ଙ୍କ ଆକାଉଣ୍ଟରୁ ବିଷ୍ଣୁ ପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡିବା ପରେ ବିଷ୍ନୁପଦଙ୍କ ପାଖକୁ ସିବିଆଇ ସମନ ଦେଇଛି।

ଅନ୍ୟପଟେ ଆଇଇଏସ୍ ଅଫିସର ଵିଷ୍ଣୁପଦ ସେଠି ଓ ତାଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି।କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ଆମ ସରକାରଙ୍କ ନୀତି ହେଉଛି ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା । ଯେତେ ବଡ଼ ଲୋକ ହେଉଥାଉ ନା କାହିଁକି ମନ୍ତ୍ରୀ, କି ଅଧିକାରୀ ଯିଏ ବି ହେଉ ନା କାହିଁକି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କିଛି ବି ଲିଙ୍କ ଅଛି ସେ ଦିଗରେ ତଦନ୍ତ ହେବ । ବିନା ତଦନ୍ତରେ କାହାକୁ ଅଭିଯୁକ୍ତ କରି ଛିଡ଼ା କରିବା ଠିକ ନୁହେଁ ତଦନ୍ତ ପରେ ଯିଏ ବି ଦୋଷୀ ହେବ ତାକୁ ଦଣ୍ଡିତ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.