thelifelinemedia
Latest Odisha News, Breaking News Today

ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା:ମୃତ ମହିଳାଙ୍କ ପରିଚୟ ପାଇଁ ଜାରି ହେଲା ଫୋଟୋ 

କଟକ:କଟକ ପରମହଂସ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପୋଲିସର ତତ୍ପରତା। ତଦନ୍ତ ପାଇଁ କମିଶନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଛି।ମୃତ ମହିଳାଙ୍କ ପରିଚୟ ପାଇଁ ରାଜ୍ୟର ସମସ୍ତ ଥାନାକୁ ଜାରି ହେଲା ମୃତ ମହିଳାଙ୍କ ଫୋଟୋ । ଅନ୍ୟପଟେ ପୋଷ୍ଟ ମର୍ତମ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ଘଟଣା ବାବଦରେ ଅନେକ ସୁରାକ ମିଳିପାରେ।

ମୃତ ଦେହ ହସ୍ତାନ୍ତର ପାଇଁ ଦାବିଦାରଙ୍କୁ ୯୬ ଘଣ୍ଟା ଅପେକ୍ଷା କରାଯିବ  ଘଟଣାସ୍ଥଳରୁ ମିଳିଥିବା ଟେଲର ଦୋକାନ ରସିଦରୁ ମିଳିପାରେ ହତ୍ୟାକାରୀର ସୁରାକ। ମହିଳାଙ୍କ ହାତରେ କୁଟା ଯାଇଥିବା ଚିତାକୁ ନେଇ ମଧ୍ୟ ଖୋଲ ତାଡ଼ କରୁଛି ପୋଲିସ। ଏଥିରୁ ପରିଚୟ ମିଳିପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.