ଗିରଫ ହେଲେ ଅଭିନେତା ଆଲୁ ଅର୍ଜୁନ

ହାଇଦ୍ରାବାଦ: ପ୍ରସିଦ୍ଧ ତେଲୁଗୁ ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ପୁଲିସ ଗିରଫ କରିଛି। ଫିଲ୍ମ ପୁଷ୍ପା ୨: ଦ ରାଇଜର ପ୍ରିମିୟର ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ଏକ ଥିଏଟରରେ ହଠାତ ପ୍ରବଳ ଭିଡ଼ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଅଭିଯୋଗ ପରେ ହାଇଦ୍ରାବାଦରେ ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୋଲିସ। କେବଳ ଆଲୁ ଅର୍ଜୁନଙ୍କୁ ନୁହେଁ ତାଙ୍କ ବଡିଗାର୍ଡଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହା ପରେ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା । ଏଫଆଇଆର ବାତିଲ କରିବାକୁ ଆବେଦନ କରିଛନ୍ତି ଆଲୁ ଅର୍ଜୁନ।