thelifelinemedia
Latest Odisha News, Breaking News Today

ତିନି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ସରକାରୀ କାର୍ଯ୍ୟକ୍ରମ ସହିତ ରହିଛି ଦଳୀୟ ସମାବେଶ

ଭୁବନେଶ୍ୱର: ଆଜିଠୁ ତିନିଦିନିଆ ତିନି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତିନି ଦିନିଆ ତିନି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ।ମାଲକାନଗିରି,କୋରାପୁଟ ଓ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ମାଲକାନଗିରିରେ କୃଷକ ମେଳା ଓ ପଲିଶ୍ରି ମେଳାର ଉଦଘାଟନ କାର୍ଯ୍ୟକ୍ରମ ରହିଛି।ତାହା ସହିତ କିଛି ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। କୋରାପୁଟରେ ଅନୁଷ୍ଠିତ ହେବାକୁ ଥିବା ଆଦିବାସୀଙ୍କ ପର୍ବରେ ଭାଗ ନେବା ସହ ଅନେକ ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟସୂଚୀ ରହିଛି।

ସମ୍ବଲପୁରରେ ମଧ୍ୟ ଅନେକ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ଓ ଜିଲ୍ଲାର ବିକାଶ ନେଇ ଗସ୍ତ ସମୟରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave A Reply

Your email address will not be published.