ଗଞ୍ଜାମରେ ମଦ ଭାଟିରେ ଚଢ଼ାଉ:ବିପୁଳ ପରିମାଣର ଦେଶୀ ମଦ, ମଦ ପ୍ରସ୍ତୁତ ସାମଗ୍ରୀ ଜବତ

ଗଞ୍ଜାମ:ଗଞ୍ଜାମ ଖଲ୍ଲିକୋଟ ଥାନା ପୋଲିସ ପକ୍ଷରୁ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି। ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତର ୫ଟି ଗାଁରେ ଏକକାଳୀନ ଚଢ଼ାଉ କରିଛି ପୋଲିସ । ବିପୁଳ ପରିମାଣର ଦେଶୀ ମଦ, ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି ପୋଲିସ । ଦେଶୀ ମଦ ଜବତ ପରେ କିଛି ପୋଲିସ କର୍ମଚାରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଅଟକ ରଖିଥିବା ସୂଚନା ରହିଛି । ୫ଟି ଗାଁରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଏଠାରେ ଅନେକ ଦିନରୁ ଦେଶୀ ମଦ ତିଆରି କରାଯାଉଥିଲା। ବିଭିନ୍ନ ସମୟରେ ଏ ନେଇ ଅଭିଯୋଗ ହୋଇ ଆସୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏଵେ ପୋଲିସ ଚଢ଼ାଉ କରିଛି। ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି ପୋଲିସ କହିଛି।