thelifelinemedia
Latest Odisha News, Breaking News Today

କଳିଙ୍ଗ ଷ୍ଟାଡିଅମରେ ଉଦଘାଟିତ ହେଲା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର 

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମ ଠାରେ ଉଦ୍‌ଘାଟନ ହୋଇଛି ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପୁଲେଲା ଗୋପୀଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହିତ ୮ଟି ଶୀତତାପ ନିୟନ୍ତ୍ରିତ ବ୍ୟାଡମିଣ୍ଟନ କୋର୍ଟ ରହିଛି। ୭୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ଇଣ୍ଡୋର ହାଇ ପରଫରମାନ୍‌ସ ସେଣ୍ଟରରେ

ଖେଳାଳୀଙ୍କ ପାଇଁ ସବୁ ବ୍ୟବସ୍ଥା କରିଦେଉଛି।ଏଥିରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁବିଧା କରାଯାଇଛି । ଏଥିସହିତ ଏହି ସେଣ୍ଟରରେ ୩୬ ଜଣ ଖେଳାଳୀ ରହିଲା ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ମଧ୍ୟ ବିକଶିତ କରାଯାଇଛି । ଓଡିଶା ଏଵେ ବ୍ୟାଡ଼ମିଣ୍ଟନ ଖେଳର ହେବ। ଏହାରୁ ଖେଳାଳୀ ବାହାରିବେ। ବିଶ୍ୱରେ ନାଁ କମେଇବ ଏହି ବ୍ୟାଡ଼ମିଣ୍ଟନ ସେଣ୍ଟର।

Leave A Reply

Your email address will not be published.