thelifelinemedia
Latest Odisha News, Breaking News Today

୧୬ ଦିନ ଆଗରୁ ବିଧାନସଭା ବନ୍ଦ ପ୍ରସଙ୍ଗ: ସରକାର ଉପରେ ବର୍ଷିଲେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ୧୬ ଦିନ ଆଗରୁ ବିଧାନସଭା ବନ୍ଦ ନେଇ ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ୬ ମାସ ଭିତରେ ସିଭିୟର ରୋଗରେ ପିଡିତ୍ ହୋଇଛନ୍ତି ସରକାର। ସାମ୍ବିଧାନିକ ବ୍ୟବସ୍ଥାର ସଙ୍କଟ ଦେଖାଦେଇଛି। ରାଜ୍ୟପାଳ ଓ ସରକାର ମଧ୍ୟରେ ତାଳମେଳ ନାହିଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ଏଥର ଶୀତ ଅଧିବେଶନ ୧୬ ଦିନ ଆଗରୁ ସରିଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା ବିଧାନସଭା। କିନ୍ତୁ ୧୨ ଟି କାର୍ଯ୍ୟ ଦିବସରେ ବିଧାନସଭା ସରିଗଲା। ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ୧୨ଟି କାର୍ଯ୍ୟ ଦିବସରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ ବିଭିନ୍ନ ପ୍ରସଙ୍ଗରେ। ରାଜ୍ୟ ସ୍ୱାର୍ଥ ସମ୍ବଳିତ କଥା ଆଲୋଚନା ନ କରି  ୧୬ ଦିନ ଆଗରୁ ବିଧାନସଭା ଅଧିବେଶନକୁ ବନ୍ଦ କରାଗଲା ଯାହା ରାଜ୍ୟବାସୀଙ୍କ ପାଇଁ ହିତକର ନୁହେଁ ବୋଲି ବିଜେଡି କହିଛି।

Leave A Reply

Your email address will not be published.