କୋହଳ ହେବ କଏଦୀଙ୍କ ସଜ୍ଜା : ଜେଲ୍ ପ୍ରତିଷ୍ଠା ଦିବସ ପୂର୍ବରୁ ଏମିତି ନିଷ୍ପତ୍ତି ନେଲା ଜେଲ ବିଭାଗ

ଭୁବନେଶ୍ୱର: କୋହଳ ହେବ କଏଦୀଙ୍କ ସଜ୍ଜା।ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହି କଏଦୀମାନଙ୍କ ସଜା କୋହଳ କରାଯିବ।ଫଳରେ ସେମାନେ ଧାର୍ଯ୍ୟ ଜେଲ୍ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ।ଚଳିତ ମାସ ୧୦ ତାରିଖରେ ପାଳିତ ହେବାକୁ ଯାଉଛି ଜେଲ୍ ପ୍ରତିଷ୍ଠା ଦିବସ।ଏହା ପୂର୍ବରୁ ଜେଲ ବିଭାଗ ଏଭଳି ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟର ୮୭ ଜେଲ୍ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍ ହେବାକୁ ଯାଉଛି। ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଜେଲ୍ ମାନୁଆଲ୍ ରୁଲ୍ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ୍ ଡିଜିଙ୍କର ରହିଛି। ଜେଲ୍ରେ ସଜା କାଟୁଥିବା କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ରରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ। ସେହିପରି ଜେଲ୍ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ। ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯିବ। କଏଦୀମାନେ ପୁଣି ଥରେ ସାମାଜିକ ସ୍ରୋତକୁ ଫେରିବା ସମ୍ଭାବନାକୁ ଦେଖି ଏଭଳି ନିଷ୍ପତ୍ତି ନେଇଛି ଜେଲ ବିଭାଗ