thelifelinemedia
Latest Odisha News, Breaking News Today

ମିଶନ ଶକ୍ତି ପ୍ରସଙ୍ଗ: ସରକାରଙ୍କୁ ଘେରିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ 

ଭୁବନେଶ୍ୱର: ବିଧାନସଭା ବାହାରେ ଓ ଭିତରେ ମିଶନ ଶକ୍ତି ତାତି। ଗୋଟିଏ ପଟେ ଲୋୟର ପିଏମଜିରେ ମିଶନ ଶକ୍ତି ସଦସ୍ୟାଙ୍କ ଧାରଣା କମ୍ପୁଥିବା ବେଳେ ବିଧାନସଭାରେ ମଧ୍ୟ ଏହାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି।ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ସରକାରଙ୍କୁ ସିଧା ନିଶାନା କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ସରକାର ଆସିବ ଯିବ କିନ୍ତୁ ସମସ୍ୟା ସମାଧାନ କରିବା ସରକାରଙ୍କ ଦାୟିତ୍ଵ। ବିଜେପି ବର୍ତ୍ତମାନ ଦୁଇଟି ଗୋଡ଼ରେ ଠିଆ ହୋଇଛି। MSP ଆଉ ସୁଭଦ୍ରା।MSP ଭୁଷୁଡି ଗଲାଣି ଆଉ ସୁଭଦ୍ରାରେ ସରକାର ଏକ୍ସପୋଜ ହୋଇ ସାରିଛନ୍ତି। ସରକାରଙ୍କୁ ଦୋଷ ଦୁର୍ବଳତା ସାମ୍ନାକୁ ଆଣିଲେ ପୁରୁଣା କେସ କଥା କହୁଛନ୍ତି। ବିରୋଧୀ ଦଳ ଭାବେ ପ୍ରଶ୍ନ ପଚାରିବୁ, ସନ୍ତୋଷ ଜନକ ଉତ୍ତର ରଖିବା ସରକାରଙ୍କ ଦାୟିତ୍ଵ ବୋଲି ରାଜା ସ୍ୱାଇଁ କହିଛନ୍ତି।

ମିଶନଶକ୍ତି ମହିଳା ବିଜେଡି ପାଇଁ କାମ କରୁଥିଲେ ବୋଲି କୁହାଯାଉଛି। ଯଦି ମିଶନଶକ୍ତି ବିଜେଡି ପାଇଁ କାମ କରିଥାନ୍ତେ ଆମେ ସରକାର ରେ ତମେ ଏବେବି ବିରୋଧୀ ଦଳରେ ବସିଥାନ୍ତ ବୋଲି କହି ବିଜେପିକୁ ସମାଲୋଚନା କରିଛନ୍ତି। ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଗତବର୍ଷ ମିଶନ ଶକ୍ତି ପାଇଁ ୩ ହଜାର ୪ କୋଟି ବଜେଟ ହୋଇଥିବା ବେଳେ ଏଥର ୨ ହଜାର ୭୦୦ କୋଟି ଟଙ୍କା ବଜେଟ ହୋଇଛି। ଡବଲ ଇଞ୍ଜିନ ସରକାର ଡବଲ ଷ୍ଟାଣ୍ଡାର୍ଡ। ମହାରାଷ୍ଟ୍ର, ହରିଆନା, ଛତିଶଗଡ଼ ରେ ମହିଳାଙ୍କ ପାଇଁ ଅଧିକ ସୁବିଧା ଥିବା ବେଳେ ଓଡ଼ିଶାରେ ମା ମାନଙ୍କୁ ଅବହେଳା କରାଯାଇଛି ବୋଲି ବିଜେଡି ବିଧାୟକ କହିଛନ୍ତି।

Leave A Reply

Your email address will not be published.