ଦୁର୍ନୀତିଖୋର ସରକାରୀ ଅଧିକାରୀ ସାବଧାନ: ବାହାରେ ଜଗିଛି ଭିଜିଲାନ୍ସ

ଭୁବନେଶ୍ୱର:ଦୁର୍ନୀତିଖୋର ସରକାରୀ ଅଧିକାରୀ ସଚେତନ ହୋଇ ଯାଆନ୍ତୁ। ବାହାରେ ଭିଜିଲାନ୍ସ ଜଗିଛି। ଖଣ୍ଡଗିରିରୁ ଦୁର୍ନୀତିଖୋର ଙ୍କ ବିରୁଦ୍ଧରେ ଆକ୍ସନ ପ୍ରକ୍ରିୟା ଆରମ୍ଭ ହେଲା । ଆଗକୁ ସବୁ ଦୁର୍ନୀତିଖୋର ଅଧିକାରୀ ଧରାପଡିବେ। ଖଣ୍ଡଗିରି ସବରେଜିଷ୍ଟାର ଦେବଜାନୀ କର ଲାଞ୍ଚ ନେଇ ଭିଜିଲାନ୍ସରେ ଧରା ପଡିବା ଘଟଣାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୁରେଶ ପୂଜାରୀ।କହିଛନ୍ତି ଆଗକୁ ସମସ୍ତେ ସଚେତନ ହୋଇ ଯାଆନ୍ତୁ । ବାହାରେ ଜଗିଛି ଭିଜିଲାନ୍ସ । ଯିଏ ନେବ ସିଏ ଯିବ ସେଥିପାଇଁ ପ୍ରସ୍ତୁତ ହୋଇଯାଅ ।
ଦେବଜାନୀ କର ନିଜ ପାଇଁ ଲାଞ୍ଚ ନେଉଥିଲେ ନା ଆଉ କାହା ପାଇଁ ଯୋଗାଡ଼ କରୁଥିଲେ ତାହା ପାଇଁ ତଦନ୍ତ କରାଯାଉଛି । ରିପୋର୍ଟ ମାଗିଛି ସନ୍ଧ୍ୟା ସୁଦ୍ଧା ନିଆଯିବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ସବ ପ୍ଲଟ କାରବାର ରୋକ ଲାଗିଥିଲେ ବି ତାହା କେମିତି ଚାଲିଥିଲା ତାହା ବି ବିଭାଗ ତଦନ୍ତ କରୁଛି । ଆଗକୁ ଜମି ଜମା କିଣା ବିକା କୁ ସମ୍ପୂର୍ଣ୍ଣ କ୍ୟାସ ଲେସ କରିବାକୁ ଯୋଜନା କରୁଛି ବିଭାଗ । ଏହାଦ୍ବାରା ଲାଞ୍ଚ କାରବାରକୁ ରୋକା ଯାଇ ପାରିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।