thelifelinemedia
Latest Odisha News, Breaking News Today

ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ଘଟଣା: ଦୋଷୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାରେ ଦୋଷୀଙ୍କୁ ମିଳିଲା ଦଣ୍ଡ। ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍।ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ହୋଇଛି। ଦୋଷୀ ସାବ୍ୟସ୍ତ ୫ ଅଭିଯୁକ୍ତମାନେ ହେଉଛନ୍ତି କାଳିଆ ସେଠି , ପିଙ୍କୁ ପାତ୍ର ସନିଆ ରାଉତ ,ସଞ୍ଜୟ ପ୍ରଧାନ ଓ କୃଷ୍ଣ ପାତ୍ର । ଲମ୍ବା ସମୟ ଧରି ନ୍ୟାୟିକ ପ୍ରକ୍ରିୟା ଚାଲିଥିଲା। ଶେଷରେ ଏହି ଘଟଣାରେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିଛି। ଦୋଷୀଙ୍କୁ ଆଜୀବନ ଜେଲ ହୋଇଛି।

ଘଟଣା ଘଟିଥିଲା ୨୦୧୦ ଜୁଲାଇ ୨୨ ତାରିଖରେ। ଶ୍ରୀରାମ ନଗର ଛକରେ ଦୁଇ ସାଙ୍ଗଙ୍କ ସହ କଥା ହେଉଥିବା ବେଳେ ଧୀର ସାମଲଙ୍କ ଉପରେ ବୋମା ମାଡ଼ ହୋଇଥିଲା। ଘଟଣାସ୍ଥଳରୁ ଦୌଡ଼ି ପଳାଇବାରୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ ଅଭିଯୁକ୍ତମାନେ।ଏହି ଘଟଣାରେ ପୋଲିସ ସାତଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଏଵେ ୫ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି।

Leave A Reply

Your email address will not be published.