ଚକା ତଳେ ଚାପି ହୋଇ ଚାଲିଗଲା ଗାଡ଼ି ମାଲିକଙ୍କ ଜୀବନ

ବୌଦ୍ଧ: ଗାଡ଼ି ବ୍ୟାକ କଲାବେଳେ ଚକା ତଳେ ଚାପି ହୋଇ ଚାଲିଗଲା ଗାଡ଼ି ମାଲିକଙ୍କ ଜୀବନ। ଅସାବଧାନତା ଯୋଗୁଁ ଅକାଳରେ ଗାଡି ମାଲିକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚରିଛକ ବଜାର ନିକଟରେ। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର କେଶବ ସାହୁ।
ବୌଦ୍ଧରୁ ଆସ୍କା କୁ ଯାଉଥିବାବେଳେ ବୋଲେରୋ ପିକପ ଗାଡ଼ି ରଖି ଚା ପିଇବାକୁ ଯାଉଥିଲେ । ଡ୍ରାଇଭର ଗାଡ଼ି ବ୍ୟାକ କରୁଥିବା ବେଳେ ଚକାତଳେ ଚାପି ହୋଇଗଲେ। ପଛକୁ ନ ଦେଖି ଡ୍ରାଇଭର ବ୍ୟାକ କରୁଥିଲେ ଫଳରେ ଚକା ତଳେ ପଡିଗଲେ ମାଲିକ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।ମୃତ ଦେହ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି ପୁରୁଣାକଟକ ପୋଲିସ ।