ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ: ତିନି ଠକ ଗିରଫ

ବ୍ରହ୍ମପୁର: ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ। ଲୋକଙ୍କୁ ଚୂନା ଲଗାଉଥିଲେ ଠକ। ବିଭିନ୍ନ ସରକାରୀ ପଦ ପଦବୀରେ ଚାକିରୀ କରେଇଦେବାକୁ କହି ଅନେକ ଲୋକଙ୍କୁ ଠକିବା ପରେ ଏଵେ ପୋଲିସ ହାତରେ ଧରାପଡିଛନ୍ତି ଠକ।ଅଭିଯୋଗରେ ତିନି ଜଣ ଠକଙ୍କୁ ଗିରଫ କଲା ବଡ଼ ବଜାର ଥାନା ପୋଲିସ ।ଗିରଫ ତିନି ଜଣ ଠକ ହେଲେ ବ୍ରହ୍ମପୁର ମେଡିକାଲ ବ୍ୟାଙ୍କ କୋଲନୀ ତୃତୀୟ ଲାଇନର ଆଷିଶ୍ ମହାପାତ୍ର, ଜଗତସିଂହପୁର ଜିଲ୍ଲା ଅଠରବାଙ୍କୀର ମିହୀର ରାଉତ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ରାଜପୁର ଗାଁର ପ୍ରଦ୍ୟୁମ୍ନ ପୋଲେଇ ।
ଏମାନଙ୍କ ଠାରୁ ଟଙ୍କା ଗଣତି ମେସିନ, ଲାପଟପ୍, ପାଞ୍ଚଟି ମୋବାଇଲ ଫୋନ, ସ୍କୁଟି, ବିଭିନ୍ନ ଜିଲ୍ଲାର ୧୫ଜଣ ଛାତ୍ରଙ୍କ ଅରଜିନାଲ ସାର୍ଟିଫିକେଟ୍, ଇଷ୍ଟ କୋଷ୍ଟ ରେଲୱେର ଫେକ୍ ନିଯୁକ୍ତି ପତ୍ର ଜବତ ଓ ଗୋଟିଏ କାର କରିଛି ପୋଲିସ ।ଦୀର୍ଘ ଚାରି ବର୍ଷ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବେକାରୀ ଯୁବକ ଯୁବତୀଙ୍କ ଚାକିରୀ କରେଇଦେବା କହି ଲକ୍ଷାଧିକ ଟଙ୍କା ଠକିଛନ୍ତି ଏହି ଗିରଫ ଠକମାନେ।ଟଙ୍କା ଠକି ନେବା ପରେ ଠକମାନେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।ଏନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି ।ଗିରଫ ତିନି ଜଣ ଠକକୁ କୋର୍ଟ ଚାଲାଣ କରିଛି ପୋଲିସ ।ଆଗକୁ ଏ ମାମଲାରେ ଅଧିକ ଛାନଭିନ ସହିତ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ଖୋଳତାଡ଼ କରିବ ପୋଲିସ।