ଯୋଗାଣ ମନ୍ତ୍ରୀଙ୍କୁ ଆଳୁ ମନ୍ତ୍ରୀ କହି ଗୃହରେ କଟାକ୍ଷ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଭୁବନେଶ୍ୱର:ଯୋଗାଣ ମନ୍ତ୍ରୀଙ୍କୁ ଆଳୁ ମନ୍ତ୍ରୀ କହି ଗୃହରେ କଟାକ୍ଷ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଧାନ କିଣାରେ ଅବ୍ୟବସ୍ଥା,ଚାଷୀଙ୍କୁ ଶୋଷଣ ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ତିନିଥର “ଆଳୁ ମନ୍ତ୍ରୀ ବୋଲି କହିଥିଲେ। ପ୍ରତିଥର ଆଳୁ ମନ୍ତ୍ରୀ ସରି ଯୋଗାଣ ମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ।
୨୦ତାରିଖରୁ ଧାନ କିଣା ଆରମ୍ଭ ହୋଇସାରିଥିବା ବେଳେ ଏବେ ସୁଦ୍ଧା ମାତ୍ରା ୫ଜିଲ୍ଲାରେ ଧାନ କିଣା ହେଉଛି। ଅବ୍ୟବସ୍ଥା ପାଇଁ ମଣ୍ଡିରୁ ଧାନ ଉଠୁନି। ଚାଷୀଙ୍କୁ ଟୋକନ ମିଳୁନଥିବା ଅଭିଯୋଗ ହୋଇଛି।ଧାନ ଅଭାବୀ ବିକ୍ରି ପାଇଁ ସରକାର ଯତ୍ନବାନ ହେବା ଦରକାର। ସରକାର ବିଜ୍ଞାପନରେ କହୁଛନ୍ତି ଏଫ୍ ଏ କ୍ୟୁ ଧାନ ଆଣ ଟଙ୍କା ନିଅ। ମଣ୍ଡିକୁ କେତେ ପ୍ରତିଶତ ଏଫ୍ ଏ କ୍ୟୁ ଧାନ ଆସୁଛି କେତେ ରିଜେକ୍ଟ ହେଉଛି ତାର ତଥ୍ୟ ସରକାର ରଖନ୍ତୁ ବୋଲି ବିଜେଡି ବିଧାୟକ ରାଜା ସ୍ୱାଇଁ କହିଛନ୍ତି।