thelifelinemedia
Latest Odisha News, Breaking News Today

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର 

ଭୁବନେଶ୍ୱର:ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ ସୁଜିତ କୁମାର ଦଳୀୟ କାର୍ଯ୍ୟଳୟରେ ଆଲୋଚନା ପରେ ସୁଜିତ କୁମାରଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା ବିଜେପି। ପରେ ବିଧାନସଭା ଯାଇ ପହଞ୍ଚି ନାମାଙ୍କନ ଭରିଲେ ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସୁଜିତ । ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ଗତ ସେପ୍ଟେମ୍ବର ୬ରେ ରାଜ୍ୟସଭା ପଦବୀ ଓ ବିଜେଡି ଛାଡି ବିଜେପିରେ ମିଶିଥିଲେ ସୁଜିତ କୁମାର। ସେ ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା। ଏଵେ ପ୍ରାର୍ଥୀ ହେବା ପରେ ସେ ରାଜ୍ୟସଭା ଯିବା ଏକ ପ୍ରକାର ନିଶ୍ଚିତ। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପାଖରେ ସଂଖ୍ୟାବଳ ରହିଛି। ତେଣୁ ସୁଜିତ କୁମାର ରାଜ୍ୟସଭା ଯିବା ଏକ ପ୍ରକାର ସୁନିଶ୍ଚିତ।

Leave A Reply

Your email address will not be published.