ପାଚେରୀ ପଡି ଶ୍ରମିକ ମୃତ ଘଟଣା:ଆଜି ସନ୍ଧ୍ୟା ସୁଦ୍ଧା ଆସିବ ତଦନ୍ତ ରିପୋର୍ଟ

କଟକ:କଟକ ବିଡାନାସୀରେ ପାଚେରୀ ପଡି ଶ୍ରମିକ ମୃତ ଘଟଣାରେ ଆଜି ଆସିବ ତଦନ୍ତ ରିପୋର୍ଟ। ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ମହାନଗର ନିଗମ କମିଶନର ଅନାମ ଚରଣ ପାତ୍ରଙ୍କ ସୂଚନା ଦେଇଛନ୍ତି। ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷୀ ଦଣ୍ଡ ପାଇବ। ଜଣେ ଅତିରିକ୍ତ କମିଶନରଙ୍କ ନେତୃତ୍ଵରେ ଏକ ଟିମ୍ ତଦନ୍ତ କରୁଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ମୋଟ ୩୪ ହଜାର ଟଙ୍କା ପ୍ରଦାନ କରାଯାଇଛି।
ସୁରକ୍ଷା ବାବଦରେ କି ପଦକ୍ଷେପ ନିଆଯାଇ ଥିଲା ତାହା ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଏହି ଡ୍ରେନ କାମ ପାଇଁ ୱର୍କ ଅର୍ଡର ଦିଆଯାଇ ନ ଥିଲା। ଠିକାଦାର ଟେଣ୍ଡର ପାଇବା ପରେ, ସେ କାମ ଆରମ୍ଭ କରିଦେଇଥିଲେ। ମୃତକଙ୍କ ପିଲାମାନଙ୍କ ଭରଣ ପୋଷଣ ତଥା କ୍ଷତି ପୂରଣ ରାଶି ପ୍ରଦାନ ପାଇଁ ଆମେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବୁ। ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି କଟକ ମହାନଗର ସିଏମସି କମିସନର କହିଛନ୍ତି।