thelifelinemedia
Latest Odisha News, Breaking News Today

ରାଜ୍ୟରେ ନିଯୁକ୍ତି ହେବେ ୫ ହଜାର ଡାକ୍ତର: ଖୁବ ଶୀଘ୍ର ଆସିବ ଵିଜ୍ଞାପନ 

ଭୁବନେଶ୍ୱର: ରାଜ୍ୟରେ ଖୁବ ଶୀଘ୍ର ୫ହଜାର ଡାକ୍ତର ନିଯୁକ୍ତି ହେବେ।ଏ ନେଇ ଖୁବ ଶୀଘ୍ର ଵିଜ୍ଞାପନ ଆସିବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଖୁବଶୀଘ୍ର ୫ହଜାର ଡାକ୍ତର, ୩ହଜାର ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର। ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ। ଏ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।ଓଡିଶାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ କରାଯିବ ନେଇ ସବୁ ପ୍ରକାର ପଦକ୍ଷେପ ନିଆ ଯାଉଥିବା ମନ୍ତ୍ରୀ କହିଛନ୍ତି

୨୦୧୪ ମସିହା ପରେ ଯେତେ ସବୁ ୧୦୦ ବେଡ ମେଡିକାଲ କଲେଜ ଖୋଲିଛି, ସେଥିପାଇଁ ୨୫୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.