thelifelinemedia
Latest Odisha News, Breaking News Today

ଟାଙ୍ଗୀରେ ବାଇକ ଦୁର୍ଘଟଣା: ପୁଅ ମୃତ, ବାପା ଗୁରୁତର 

ଖୋର୍ଦ୍ଧା :ଖୋର୍ଦ୍ଧା ଟାଙ୍ଗୀରେ ବାଇକ୍ ଦୁର୍ଘଟଟଣାରେ ପୁଅ ମୃତ , ବାପା ଗୁରୁତର। ୮ ବର୍ଷ ପୁଅର ଜୀବନ ଚାଲି ଯାଇଛି ଦୁର୍ଘଟଣାରେ।ଘଟଣା ଘଟିଛି – ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଟାଙ୍ଗୀ- କାଳୁପଡା ରାସ୍ତା ରେ। ଚାନ୍ଦପୁର ରୁ ଡ୍ୟାନ୍ସ କ୍ଲାସ୍ ସାରି ଘରକୁ ଫେରୁଥିଲେ। ଗୁରୁତର ବାପା ହେଉଛନ୍ତି ସନ୍ତୋଷ ମହାରଣା। ଘର ଚିଲିକା ବ୍ଲକ୍ ଜାରିପଡା ଗ୍ରାମ କମାର ସାହିରେ।

କାଳୁପଡା ଟାଙ୍ଗୀ ରାସ୍ତାର ବଡ଼ ଶଙ୍ଖ ତଳକୁ ବାଇକ ସହ ନଦୀକୁ ଖସି ପଡ଼ିଥିଲେ ବାପ ପୁଅ। ଗୁରୁତରକୁ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲ ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Leave A Reply

Your email address will not be published.