thelifelinemedia
Latest Odisha News, Breaking News Today

ଆସନ୍ତକାଲି ରାଜ୍ୟରେ ପାଗ ମେଘୁଆ ରହିବ:କିଛି ସ୍ଥାନରେ ହାଲକା ବର୍ଷା 

ଭୁବନେଶ୍ୱର:ଆସନ୍ତାକାଲି ରାଜ୍ୟରେ ପାଗ ମେଘୁଆ ରହିବ। ବର୍ତ୍ତମାନ ସମୁଦ୍ରମଧ୍ୟରୁ ସ୍ଥଳଭାଗକୁ ବାୟୁ ପ୍ରବେଶ କରୁଛି।ଫଳରେ ଆଦ୍ରତାର ମାତ୍ରା ଅଧିକା ରହୁଛି। ମାତ୍ରାଧିକ ଆଦ୍ରତା କମ ଯୋଗୁଁ ପାଗ ମେଘୁଆ ସହ କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ।

ଆସନ୍ତା ୨୪ ଘଂଟାରେ ପୁରୀ ଗଂଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। କେନ୍ଦ୍ରାପଡା , ଜଗତସିଂପୁର ,ଯାଜପୁର, କଟକ ପୁରୀ ,ଖୋର୍ଦ୍ଧା , ନୟାଗଡ,ଗଂଜାମ, ଗଜପତି, ରାୟଗଡା କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟି କିମ୍ବା ଦୁଇଟି ସ୍ଥାନରେ ହୌକ୍ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୩୦ରେ ମୟୁରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।

ଆଗାମୀ ୨୪ ଘଂଟା ପରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସହ ରାତ୍ରି ତାପମାତ୍ରା ବଢିବ। ସେପଟେ ୨ ଦିନ ଯାଏ ରାଜ୍ୟରେ ଘନକୁହୁଡିର ସମ୍ଭାବନା ରହିଛି।

Leave A Reply

Your email address will not be published.