thelifelinemedia
Latest Odisha News, Breaking News Today

ଓଡ଼ିଆ ଭାଷାରେ ନାମଫଳକ ବାଧ୍ୟତାମୂଳକ : ଖିଲାପ ଉଲ୍ଲଙ୍ଘନ କଲେ ଜରିମାନା 

ଭୁବନେଶ୍ୱର: ଓଡ଼ିଆ ଭାଷାରେ ନାମଫଳକ ବାଧ୍ୟତାମୂଳକ। ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ଲଗେଇବା ବାଧ୍ୟତାମୂଳକ। ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍ ୧୯୫୬ର ଧାରା ୪(୨) ଅନୁଯାୟୀ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡିକ ସମ୍ମୁଖରେ ସ୍ପଷ୍ଟ ଭାବରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଇନର ଖିଲାପ କଲେ ଜରିମାନା ଦେବାକୁ ପଡିବ।

ପ୍ରଥମଥର ଖିଲାପ ନିମନ୍ତେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଥର ଖିଲାପ ନିମନ୍ତେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରିବାର ବିଧିବ୍ୟବସ୍ଥା ରହିଛି । ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ତଥା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ବ୍ୟବହାର ନିମନ୍ତେ ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡିକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ରହିବା ଜରୁରୀ । ତେଣୁ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକର ମାଲିମାନଙ୍କୁ ଏହି ନିୟମ ପ୍ରତିପାଳନ ନିମନ୍ତେ ଅନୁରୋଧ କରାଯାଉଛି ।ଶ୍ରମ ନିର୍ଦ୍ଦେଶାଳୟର ଅଧିକାରୀ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ଏହାର ଯାଂଚ କରିବେ । ବିଭିନ୍ନ ଜାଗାରେ ଇଂରାଜୀରେ ନାମଫଳକ ରହିଥିବା ନଜର ଆସୁଛି। ଏହାକୁ ହଟେଇ ଓଡିଶା ଭାଷାରେ ନାମ ଫଳକ ଲେଗେଇବା ପାଇଁ ଏଣିକି କଡା କଡ଼ି ଯାଞ୍ଚ କରାଯିବ।

Leave A Reply

Your email address will not be published.