thelifelinemedia
Latest Odisha News, Breaking News Today

ଆଜିଠୁ ମୋଦିଙ୍କ ତିନି ଦିନିଆ ଓଡିଶା ଗସ୍ତ :ବିଜେପି ସାଂସଦ ଓ ବିଧାୟକଙ୍କୁ ଠାରୁ ନେବେ କାମର ହିସାବ

ଭୁବନେଶ୍ଵର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ବରରେ ମୋଦି ଅପରାହ୍ନରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଯୋଗ ଦେବେ । ସେଠାରେ କିଛି କିଛି ସମୟ ରହିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ। ଦୁଇ ଘଣ୍ଟା ଧରି ରହିବେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ। ସେଠାରେ

ମାରାଥନ୍ ସମୀକ୍ଷା କରିବେ । ବିଜେପିର ପଦାଧିକାରୀ, ସାଂସଦ ଓ ବିଧାୟକଙ୍କଠୁ ରିପୋର୍ଟ କାର୍ଡ ନେବେ । ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ । ସରକାରକୁ ଆସିବା ପରେ କେତେ କାମ କରିଛନ୍ତି ତାର ହିସାବ ନେବେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ଵର ରହିବ। ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.