ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ: ସଂସଦରେ ଗାନ୍ଧୀ ପରିବାରର ତିନି ସଦସ୍ୟ

ନୂଆଦିଲ୍ଲୀ:ସାଂସଦ ଭାବେ ଶପଥ ନେଲେ ଗାନ୍ଧୀ ପରିବାର ଆଉ ଜଣେ ସଦସ୍ୟ।କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି। ଓ୍ବାୟନାଡ଼ ଲୋକ ସଭାରୁବିପୁଳ ଭୋଟରେ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଆଜି ଲୋକସଭାର ସଦସ୍ୟ ବନି ଯାଇଛନ୍ତି। ଶପଥଗ୍ରହଣ ସମୟରେ ସେ ହାତରେ ସମ୍ବିଧାନ ପୁସ୍ତକ ଧରିଥିବା ଦେଖିବାକୁ ମିଳିଥିଲା। ସଂସଦକୁ ଆସିବା ସମୟରେ ଭାଇ ରାହୁଲ ଗାନ୍ଧୀ ଏବଂ ମା’ ତଥା ରାଜ୍ୟସଭା ସଦସ୍ୟ ସୋନିଆ ଗାନ୍ଧୀ ଉପସ୍ଥିତ ଥିଲେ।
ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଲୋକସଭାରେ ପ୍ରବେଶ ସହିତ ସଂସଦ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ତିନିଜଣ ସଦସ୍ୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।ଲୋକସଭାରେ ପ୍ରିୟଙ୍କା-ରାହୁଲଙ୍କୁ ଦେଖିବାକୁ ମିଳିବାକୁ ଥିବା ବେଳେ କୌଣସି ମିଳିତ ଅଧିବେଶନ ଓ ସଂସଦୀୟ କାର୍ଯ୍ୟକ୍ରମରେ ମା’-ପୁଅ ଓ ଝିଅଙ୍କୁ ଦେଖିବାକୁ ମିଳିବ।