thelifelinemedia
Latest Odisha News, Breaking News Today

ଛଅ ମାସ ପରେ ନଜର ଆସିଲେ ପାଣ୍ଡିଆନ: ଏକ ବିବାହ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

କଟକ:ଦୀର୍ଘ ଛଅ ମାସ ପରେ ନଜର ଆସିଲେ କାର୍ତ୍ତିକ ପାଣ୍ଡିଆନ। ବିଜେଡି ନିର୍ବାଚନ ହାରିବା ପରେ ରାଜନୀତିରୁ ସନ୍ୟାସ ନେଇ ଏକ ପ୍ରକାର ଗାଏବ ହୋଇ ଯାଇଥିଲେ ପାଣ୍ଡିଆନ। ଏଵେ ଛଅ ମାସ ପରେ ପାଣ୍ଡିଆନ ଏକ ବିବାହ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି।ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଝିଅ ତଥା ବର୍ତ୍ତମାନର ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଭଉଣୀ ବାହାଘରରେ ନଜର ଆସିଥିଲେ ଭି କେ ପାଣ୍ଡିଆନ୍। ନିର୍ବାଚନ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଲେ ଭି କାର୍ତ୍ତିକେୟ ପାଣ୍ଡିଆନ୍ ।

ତେବେ ଗତ ନିର୍ବାଚନ ବେଳେ ବିଜେଡିର ମୁଖ୍ୟ ମଙ୍ଗ ଧରିଥିବା କାର୍ତ୍ତିକ ନିର୍ବାଚନ ପରେ ଆଉ ପ୍ରାୟ ସାଧାରଣରେ କମ୍ ଦେଖିବାକୁ ମିଳିଥିଲେ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ରାଜନୀତିରୁ ସନ୍ୟାସ ନେଇଛନ୍ତି ପାଣ୍ଡିଆନ। ଏବେ ତାଙ୍କୁ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ବଢ଼ିବା ସହିତ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.